Unknown

ଶୀତଳା ସ୍ତୋତ୍ରଂ

ଶ୍ରୀ ଗୋବିନ୍ଦ ରଥ

 

ଶ୍ରୀ ଶୀତଳାୟୈନମଃ

ଶୀତଳାସ୍ତୋତ୍ରସ୍ୟ ପୁରନ୍ଦରଋଷିଃ ଅନୁଷ୍ଟୁପ୍‌ ଛନ୍ଦଃ

ଶ୍ରୀ ଶୀତଳାଦେବତା ମମାଭୀଷ୍ଟସିଦ୍ଧ୍ୟର୍ଥେ ବିନିଯୋଗଃ ।।

ଧ୍ୟାନଂ

ଯା ସୁର୍ପପୁଷ୍ପପରିଶୋଭିତମସ୍ତକେୟଂ ।।

ଯା ମାର୍ଜନୀକଳଶଚାରୁକରାବଲମ୍ବା ।।

ଯା ରାସଭାନନତୟାପରିରାଜମାନା ।।

ସା ଶିତଳା ଭବତୁ ଦେବୀ ଶୁଭାୟ ନିତ୍ୟଂ ।।

 

ସ୍କନ୍ଦ ଉବାଚ

 

ଭଗବାନ୍ ଶ୍ରୋତୁମିଚ୍ଛାମି ଶୀତଳାୟାଷ୍ଟକଂ ଶୁଭଂ

ବକ୍ତୁମର୍ହସ୍ୟଶେଷେଣ ବିସୋଟକଭୟାପହଂ

।।

 

 

ଈଶ୍ୱର ଉବାଚ

 

ନମାମି ଶୀତଳାଂ ଦେବୀଂ ରାସଭାସ୍ୟା ଦିଗମ୍ବରାଂ

।।

ମାର୍ଜନୀକଲଶୋପେତାଂ ସୁର୍ପାଳଂକୃତମସ୍ତକାଂ

।।

ବନ୍ଦେଽହଂ ଶୀତଳାଂ ଦେବୀଂ ସର୍ବରୋଗଭୟାପହାଂ

।।

ଯାମାସାଦ୍ୟ ନିବର୍ତ୍ତେତ ବିସ୍ଫୋଟକଭୟଂ ମହତ୍

।।

ଶୀତଳେ ଶୀତଳେ ଚେଭି ଯୋ ବୃୟାଦାହପୀଡ଼ିତଃ

।।

ବିସ୍ଫୋଟକଭୟଂ ଘୋରଂ କ୍ଷିପ୍ରଂ ତସ୍ୟ ବିନଶ୍ୟତି

।।

ଯସ୍ତ୍ୱାମୁଦକମଧ୍ୟେ ତୁ ଧ୍ୟାତ୍ୱା ସଂପୂଜୟେନ୍ନରଃ

।।

ବିସ୍ଫୋଟକଭୟଂ ଘୋରଂ ଗୃହେ ତସ୍ୟ ନ ଜାୟତେ

।।

ବିସ୍ଫୋଟଜ୍ୱରଦଗ୍ଧସ୍ୟ ପୂତିଗନ୍ଧଗତସ୍ୟ ଚ

।।

ପ୍ରନଷ୍ଟଚକ୍ଷୁଷଃ ପୁଂସସ୍ତ୍ୱାମାହୁର୍ଜୀବନୌଷଧଂ

।।

ଶୀତଳେ ତନୁଜାଦ୍ରୋଗାନ୍ନୃଣାଂ ହରସି ଦୁସ୍ତ୍ୟଜାନ୍

।।

ବିସ୍ଫୋଟକବିଶୀର୍ଣ୍ଣାନାଂ ତ୍ୱମେକାମୃତବର୍ଷିଣୀ

।।

ଗଳଗଣ୍ଡଗ୍ରହାରୋଗା ଯେ ଚାନ୍ୟେ ଦାରୁଣାନୃଣାଂ

।।

ବଦନୁଧ୍ୟାନମାତ୍ରେଣ ଶୀତଳେ ଯାନ୍ତି ସଂକ୍ଷୟଂ

।।

ନ ମନ୍ତ୍ରୋ ନୌଷଧଂ କିଂଚିତ୍ପାପେରୋଗସ୍ୟ ବିଦ୍ୟତେ

।।

ହିମେକା ଶୀତଳେ ତ୍ରାହି ନାନ୍ୟାଂ ପଶ୍ୟାମି ଦେବତାଂ

।।

ମୃଣାଳତନ୍ତୁସଦୃଶୀଂ ନାଭିହୁନ୍ନଧ୍ୟସଂସ୍ଥିତାଂ

।।

ଯସ୍ତ୍ୱାଂ ସଂଚିନ୍ତୟେଦ୍ଦେବି ତସ୍ୟ ମୄଭୁର୍ନ ଜାୟତେ

।।

ଅଷ୍ଟକଂ ଶୀତଳାଦେବ୍ୟା ଯଃ ପଠେନ୍ନାନବଃ ସଦା

।।

ସର୍ବବ୍ୟାଧି ବିନିର୍ମୁକ୍ତଃ ସ ଚିରାୟୁର୍ଭବେନ୍ନରଃ

।।

ଶ୍ରୋତବ୍ୟଂ ପଠିତବ୍ୟଂ ଚ ଶ୍ରଦ୍ଧାଭକ୍ତିସମନ୍ଵିତଃ

।।

ଉପସର୍ଗୋବିନାଶୟ ପରଂ ସ୍ଵସ୍ତ୍ୟୟନଂ ମହତ୍

।।

ଇତି ଶ୍ରୀ ସ୍କନ୍ଦପୁରାଣେ ଶୀତଳାସ୍ତୋତ୍ରଂ ସମ୍ପୂର୍ଣ୍ଣଂ

।।

 

ଶ୍ରୀ ଶୀତଳାଙ୍କ ସ୍ତୁତି

ପ୍ରଥମତଃ ପୂଜା କରି ତଦନନ୍ତର ସ୍ତୁତି ପାଠ କରିବ ।

 

ଶୀତଳା ଚ ଜଗନ୍ମାତା ଶୀତଳା ଚ ଜଗତ୍ପିତା ।।

ଶୀତଳା ଚ ଜଗଦ୍ଧାତ୍ରୀ ଶୀତଳାୟୈ ନମୋନମଃ ।।

 

ଜୟ ତୁ ମଙ୍ଗଳା ମାଗୋ ଜୟ ହରଚଣ୍ଡି

।।

ତୋତେ ସୁମରିଲେ ମାଗୋ ବିପତ୍ତି ହୋଏ ଖଣ୍ଡି

।।

ଆତଙ୍କକାଳେ ମାଗୋ ସୁମରେ ଯେଉଁଜନ

।।

ବିପତ୍ତି ଦେଖିଣ ତାର ଫେଡ଼ୁ ତୁ ବନ୍ଧନ

।।

ଗଲି ତୁ ସହୁ ମାଗୋ ଗରବ ନ ସହୁ

।।

ଆତଙ୍କକାଳେ ମାଗୋ ପ୍ରାଣିଙ୍କି ତାରି ନେଉ

।।

ଯେତେବେଳେ ପ୍ରାଣୀଙ୍କି ମାଗୋ ପଡ଼ିଥାଇ କଷ୍ଟ

।।

ତୋ ନାମ ଧଇଲେ ମାଗୋ ଫିଟଇ ଶଙ୍କଟ

।।

ଜୟତୁ ଅମ୍ବିକା ମାଗୋ ଶଙ୍କରଭବାନୀ

।।

କର ତୁ ସୁଦୟା ମାଗୋ ଦନୁଜନାଶିନୀ

।।

ଶୋକ ସମୁଦ୍ରରେ ମାଗୋ ବୁଡ଼ିଲା ମୋ ଭେଳା

।।

ଦୁସ୍ତର ପଡ଼ିଲା ମାଗୋ ଉଦ୍ଧର ମଙ୍ଗଳା

।।

ଶଖା ସହୋଦର ମାଗୋ ବନ୍ଧୁବର୍ଗ ନାହିଁ

।।

ଆତଙ୍କକାଳରେ ସାହା ହୁଅ ମହାମାୟୀ

।।

ଅଦୃଶ୍ୟକୁ ଦୃଶ୍ୟ ମାଗୋ ତୋ ନାମ ଧଇଲେ

।।

ବିପତ୍ତି ନ ଥାଇ ମାଗୋ ତୋତେ ଆଶ୍ରେ କଲେ

।।

ଅନାଥକୁ ବଜ୍ରସେହ୍ନା ମାଗୋ ଦୁବ କରୁ ଦାରୁ

।।

ଶଙ୍କଟ ପଡ଼ିଲେ ମାଗୋ ପ୍ରାଣୀଙ୍କି ଉଦ୍ଧରୁ

।।

ଯେ ତୋହର ବାରବ୍ରତ କରୁଥାଇ ନିତି

।।

ଦେଉ ଧନ ଜନ ମାଗୋ ଖଣ୍ଡ ତା ଦୁର୍ଗତି

।।

ନମୋ କାଳରାତ୍ରି ମାଗୋ ଅପର୍ଣ୍ଣା ପାର୍ବତୀ

।।

ଭ୍ରମଣ କରି ଯାଉ ମାଗୋ ନିଶାଅର୍ଦ୍ଧରାତି

।।

ଚଣ୍ଡୀ ଯେ ଚାମୁଣ୍ଡା ମାଗୋ ଘେନି ସଙ୍ଗତର

।।

ଏକାନ୍ତ ଘେନିଣ ମାଗୋ ଭ୍ରମଣି ତୋହର

।।

ସିଂହର ପିଠିରେ ମାଗୋ ବିଜେ କରି ଯାଉ

।।

ଯେ ମୁଖେ ପଡ଼ିଲେ ମାଗୋ ନ ବର୍ତ୍ତଇ ଆଉ

।।

ବିନ୍ଧ୍ୟଗିରିବାସିନୀ ମାଗୋ ହିମବତର ଦୁହିତା

।।

ଅଷ୍ଟଗୋଟି ନାମ ତୋତେ ଦେଲାକ ବିଧାତା

।।

ଝଙ୍କଡ଼େ ରହିଲୁ ମାଗୋ ଶାରଦା ନାମ ବହି

।।

କାକଟପୁରେ ରହିଲୁ ମାଗୋ ମଙ୍ଗଳା ବୋଲାଇ

।।

କୋଣାର୍କେ ରହିଲୁ ମାଗୋ ଅଭୟାରାମଚଣ୍ଡୀ

।।

ଟହ ଟହ ବଦନୀ ମାଗୋ ସିନ୍ଦୁରେ ମୁଖମଣ୍ଡି

।।

ଶ୍ରୀପୁରୁଷୋତ୍ତମେ ରହିଲୁ ମାଗୋ ନାମ ବିମଳାଇ

।।

ବାଙ୍କିରେ ରହିଲୁ ମାଗୋ ନାମ ଚର୍ଚ୍ଚିକାଇ

।।

ତାଳଚେରେ ରହିଲୁ ମାଗୋ ହେଙ୍ଗୁଳା ନାମ ବହି

।।

ଯାଜପୁରେ ରହିଲୁ ମାଗୋ ବିରଜା ବୋଲାଇ

।।

ବାଣପୁରେ ରହିଲୁ ମାଗୋ ନାମ ତୋ ଭଗବତୀ

।।

ଏମନ୍ତେ ଯେ ଅଷ୍ଟନାମେ ଅଟଇ ତୋ ସ୍ଥିତି

।।

ଏହି ଅଷ୍ଟ ନାମ ମାଗୋ ଧାତା ଗଲା ଦେଇ

।।

ଅଷ୍ଟକୋଶ ମାଡ଼ି ମାଗୋ ରହିଲୁ ମହାମାଇ

।।

ଭୁବନେଶ୍ୱରେ ରହିଲୁ ମାଗୋ ନାମ ତୋ ଗଉରୀ

।।

ନମସ୍ତେ ଚଣ୍ଡିକା ମାଗୋ ଅମ୍ବିକା ଶାକମ୍ବରି

।।

ନମସ୍ତେ ଚଣ୍ଡିକା ମାଗୋ ଦୋଷ କର କ୍ଷମା

।।

କେ କହିପାରିବ ମାଗୋ ତୋହର ମହିଁମା

।।

ଡ଼ମ୍ବରୁମଧ୍ୟା ମାଗୋ ବକ୍ର ତୋ ଚାହାଣି

।।

ବିପତ୍ତିନାଶିନୀ ମାଗୋ ଅଟୁ ଶାଆନ୍ତାଣୀ

।।

ତାଡ ଯେ ତୋହର ମାଗୋ ଭୁଜେ ରତ୍ନ ଚୁଡ଼ି

।।

କନକ କେତକୀ ମାଗୋ ଶୋଭଇ ହୀରାକଢ଼ି

।।

ରଙ୍ଗ ବସ୍ତ୍ର ପହରଣ ମାଗୋ କୁଙ୍କୁମ ଲେପନ

।।

ପୟରେ ଅଳତା ମାଗୋ ଦିଶେ ଶୋଭାବନ

।।

ହୃଦରେ ପଦକ ମାଗୋ ଦୋସରୀ ସୁନାସୂତା

।।

ହରିମନ୍ଦିର ଚିତା ମାଗୋ କନ୍ଧରେ ପଇତା

।।

ନାନାଦି ବର୍ଣ୍ଣରେ ମାଗୋ ଫୁଲମାଳ ଶୋହେ

।।

ଅଶେଷ ମହିମା ମାଗୋ ତ୍ରିଭୁବନ ମୋହେ

।।

ଲହଲହ ଜିହ୍ୱା ମାଗୋ ଘୋର ଦନ୍ତ ପାଟି

।।

ନମୋ ଆଦିମାତା ମାଗୋ ବିଜୟେ ସିଂହପିଠି

।।

କାତି ଯେ ଖପର ମାଗୋ ବିଜୟେ ବେନି କର

।।

ଶଙ୍ଖଚକ୍ର ଗଦା ମାଗୋ ଅଙ୍କୁଶ ତୋହର

।।

ପ୍ରସନ୍ନ ବଦନୀ ମାଗୋ ହରିଣୀ ନୟନୀ

।।

ଦାରିଦ୍ର୍ୟଭଞ୍ଜନି ମାଗୋ ସମ୍ପଦ ଦାୟିନୀ

।।

ନମସ୍ତେ କାଳରାତ୍ରି ମାଗୋ ସଞ୍ଜୟୀ ବିଜୟୀ

।।

ତୋତେ ସୁମରିଲେ ମାଗୋ ବିପତ୍ତି ନ ଥାଇ

।।

ତ୍ରେତୟାଯୁଗରେ ମାଗୋ ସୁମରିଲେ ରାମ

।।

ସୀତା ହରାଇଣ ଯେ ବୁଲନ୍ତି ବନେବନ

।।

ଆତଙ୍କ କାଳରେ ଚିନ୍ତା କଲେ ଦାଶରଥି

।।

ଶୂନ୍ୟରେ ଥାଇଣ ଆଜ୍ଞା ଦେଲୁ ଗୋ ଭଗବତୀ

।।

ଶୂନ୍ୟରେ ଥାଇଣ ମାଗୋ ତାଙ୍କୁ ବାର ଦେଲୁ

।।

ରାବଣ ମାରିଣ ସୀତା ଆଣ ତୁ ବୋଇଲୁ

।।

ତୋହର ଆଜ୍ଞାରେ ରାମ ଲଙ୍କା ଜୟ କଲେ

।।

ରାବଣକୁ ମାରିଣ ଯେ ସୀତାଙ୍କୁ ଆଣିଲେ

।।

ସୀତା ଘେନି ଅଯୋଧ୍ୟାକୁ ଗଲେ ଦାଶରଥି

।।

ନମୋ ଆଦି ମାତା ମାଗୋ ନମୋ ଆଦିଶକ୍ତି

।।

ସତ୍ୟଯୁଗେ ବ୍ରହ୍ମାକୁ ଯେ ପଡ଼ିଲା ଅପଜୟେ

।।

ତୋତେ ସୁମରଣା ମାଗୋ କଲେଟି ମହାମାୟେ

।।

ବ୍ରହ୍ମାଙ୍କର କଷ୍ଟ ମାଗୋ ସହି ନ ପାରିଲୁ

।।

ଗୁରୁପୁତ୍ର ଦିଅ ବୋଲି ଯମକୁ ଡାକିଲୁ

।।

ତୋହର ଆଜ୍ଞାରେ ଯମ ଗୁରୁପୁତ୍ର ଦେଲେ

।।

ଗୁରୁପୁତ୍ର ଘେନି ନିଜ ଆଶ୍ରମକୁ ଗଲେ

।।

ସେହି ଦିନ ବ୍ରହ୍ମା ତୋତେ ଦେଇଗଲେ ବାର

।।

ଜନ୍ମେ ଜନ୍ମେ ହୋଇବୁ ତୁ ସିଦ୍ଧ ଯେ ଶଙ୍କର

।।

ତ୍ରେତାଯୁଗେ ସୁଗ୍ରୀବକୁ ପଡ଼ିଲା ବିପତ୍ତି

।।

ସେହି ତୋତେ ସୁମରଣା କଲେ ଗୋ ଭଗବତି

।।

ତାହାଙ୍କର କଷ୍ଟ ମାଗୋ ସହି ନ ପାରିଲୁ

।।

ହନୁମତକୁ ତୁ ମାଗୋ ତାଙ୍କ ସଙ୍ଗେ ଦେଲୁ

।।

ସେହିଦିନଠାରୁ ସେ ଯେ ନିଶ୍ଚଳେ ରହିଲା

।।

ନାମ ଗୋଟି ତୋହର ଅମ୍ବିକା ବୋଲି ଦେଲା

।।

କଳିଯୁଗରେ ମାଗୋ ଅସହଣୀ ବାମା

।।

ସକଳ ଦୁଷ୍ଟଙ୍କର ମାଗୋ ଭାଙ୍ଗୁ ତୁ ଗାରିମା

।।

ସସ୍ନେହ ଲୋଚନେ ମାଗୋ ଅନାଉ ଯାହାକୁ

।।

ଦୁଷ୍ଟ ଯମ ରାଜା ବାନ୍ଧି ନେବକି ତାହାକୁ

।।

ଏମନ୍ତ ବନ୍ଦନା ମାଗୋ କରୁଅଛି ମୁହିଁ

।।

ନମୋ ସିଦ୍ଧେଶ୍ୱରି ମାଗୋ ନମୋ ଅମ୍ବିକାଇ

।।

ମଥାରେ ସିନ୍ଦୁର ମାଗୋ ହୋଇଅଛୁ ମଣ୍ଡି

।।

ଏବେ ଅନାଇବୁ ମାଗୋ ଅଭୟା ରାମଚଣ୍ଡି

।।

ଅଷ୍ଟଗୋଟି ତଣ୍ଡୁଳ ମାଗୋ ଅଷ୍ଟଗୋଟି ଦୁବ

।।

ଷୋଳକୋଠି ସ୍ଥାପିଣ ମାଗୋ ଅନୁକୂଳ ଶୁଭ

।।

ଅଷ୍ଟଗୋଟି ପତ୍ର ମାଗୋ ଅଷ୍ଟଗୋଟି ଫୁଲ

।।

ଅଷ୍ଟବର୍ଣ୍ଣେ ମୁରୁଜ ମାଗୋ ଦେଇ ସମତୁଲ

।।

ଏ କୋଠି ମଧ୍ୟରେ ମାଗୋ ବିଜେ କର ଆସି

।।

ବିଜେ କର ଗୋ ଶାନ୍ତାଣି ସିଂହ ପିଠି ବସି

।।

ଆସ ଆସ ଆସ ମାଗୋ ସିଦ୍ଧଶାରଦାଈ

।।

ଆସ ଆସ ଆସ ମାଗୋ ବାଙ୍କିଚର୍ଚ୍ଚିକାଇ

।।

ବିଜୟେ କର ମାଗୋ ଦେବି ଶମଲାଇ

।।

ଆସ ଆସ ଆସ ମାଗୋ ଦେବି ହିଙ୍ଗୁଳାଇ

।।

ଆସ ଆସ ଆସ ମାଗୋ ଦେବି ନାରାୟଣୀ

।।

ଆସ ଆସ ଆସ ମାଗୋ ବିଷ୍ଣୁର ଘରଣି

।।

ଆସ ଆସ ଆସ ମାଗୋ ବ୍ରହ୍ମାଙ୍କର ଛାୟା

।।

ବିଜୟେ କର ମାଗୋ ସାବିତ୍ରି ମହାମାୟା

।।

ଆସ ଆସ ଆସ ମାଗୋ ସିଦ୍ଧଶାରଦାଇ

।।

ତୋହର ଚରଣେ ମାଗୋ ଶରଣ ପଶଇଁ

।।

ଏବେ ଅନୁଗ୍ରହ ହୃଦେ କରସି ଗୋ ମାତ

।।

ବିଜୟେ କର କୋଠିରେ ହୋଇ ସମଗାତ୍ର

।।

ଅଷ୍ଟବର୍ଣ୍ଣେ ଉପମା ମାଗୋ ତୋହର ଶୋଭିତା

।।

ବିଜୟେ କର ମାଗୋ ନ କର ମନେ ଚିନ୍ତା

।।

ଆସ ଆସ ଆସ ମାଗୋ ଦେବି ନାରାୟଣୀ

।।

ଆସ ଆସ ଆସ ମାଗୋ ବିଷ୍ଣୁର ଘରଣି

।।

ଆସ ଆସ ଆସ ମାଗୋ ବ୍ରହ୍ମାଙ୍କର ଛାୟା

।।

ବିଜୟେ କର ମାଗୋ ସାବିତ୍ରି ମହାମୟା

।।

ଆସ ଆସ ଆସ ମାଗୋ ସିଦ୍ଧଶାରଦାଇ

।।

ତୋହର ଚରଣେ ମାଗୋ ଶରଣ ପଶଇ

।।

ଏବେ ଅନୁଗ୍ରହ ହୃଦେ କରସି ଗୋ ମାତ

।।

ବିଜୟେ କର ମାଗୋ କୋଟିସମଗାତ୍ର

।।

ଅଷ୍ଟବର୍ଣ୍ଣେ ମୁରୁଜ ମାଗୋ ଯେ ତୋରେ ଶୋଭିତା

।।

ବିଜୟେ କର ମାଗୋ ନ କର ମନେ ଚିନ୍ତା

।।

ଆସ ଆସ ଆସ ମାଗୋ ଦେବି ନାରାୟଣି

।।

ଆସ ଆସ ଆସ ମାଗୋ ବିଷ୍ଣୁର ଘରଣି

।।

ତ୍ନାସ ତ୍ନାସ ତ୍ନାସ ମାଗୋ ବ୍ରହ୍ମାଙ୍କର ଛାୟା

।।

ଆସ ଆସ ଆସ ମାଗୋ ସାବିତ୍ରି ମହାମାୟା

।।

ତ୍ନାସ ତ୍ନାସ ତ୍ନାସ ମାଗୋ ସିଦ୍ଧଶାରଦାଇ

।।

ତୋହରି ଚରଣେ ମାଗୋ ଶରଣ ପଶଇ

।।

ଏବେ ଅନୁଗ୍ରହ ହୃଦେ କରସି ଗୋ ମାତ

।।

ବିଜୟେ କର ମାଗୋ କୋଟି ସମଗାତ୍ର

।।

ଅଷ୍ଟବର୍ଣ୍ଣେ ମୁରୁଜ ମାଗୋ ଯେ ତୋରେ ଶୋଭିତା

।।

ବିଜୟେ କର ମାଗୋ ନ କର ମନେ ଚିନ୍ତା

।।

ଆସ ଆସ ତ୍ନାସ ମାଗୋ ଦେବି ନାରୟଣି

।।

ଆସ ଆସ ଆସ ମାଗୋ ବିଷ୍ଣୁର ଘରଣି

।।

ଆସ ଆସ ଆସ ମାଗୋ ବ୍ରହ୍ମାଙ୍କର ଛାୟା

।।

ବିଜୟେ କର ମାଗୋ ସାବିତ୍ରି ମହାମାୟା

।।

ଆସ ଆସ ଆସ ମାଗୋ ସିଦ୍ଧଶାରଦାଇ

।।

କୋଠିରେ ବସି ମାଗୋ ଶୀତଳା ଯାଅ ଖାଇ

।।

ଏମନ୍ତେ ବନ୍ଦନା ମାଗୋ କରୁଅଛି ତୋତେ

।।

ସୁଦୟା କରିଣ ମାଗୋ ବସ ହୃଦଗତେ

।।

ମଣିଭଦ୍ରା ବିନ୍ଧ୍ୟରେ ଯେ ବିଜୟ ତୋହର

।।

କଳାପାଟ ବୋଲିଣ ଯେ ପୁଜନ୍ତି ଜଗତର

।।

ଅଷ୍ଟକଳା ଧରିଣ ବିଜୟେ କରିଅଛ

।।

ହାନି ଲାଭ ଭଲ ମନ୍ଦ ଜଗତ ପାଳୁଛ

।।

ସିଦ୍ଧ ମଙ୍ଗଳା ମାଗୋ ସକଳ ଗୁଣ ଗ୍ରାହି

।।

ସୁଦୟା କରିବ ମାଗୋ ସିଦ୍ଧଶାରଦାଇ

।।

ଭଗବତି ଭାରତି ଯେ ତ୍ରୈଲୋକ୍ୟ ରକ୍ଷଣି

।।

ସର୍ବ ସୁତାରିଣି ଦୁର୍ଗେ ନମୋ ନାରାୟଣି

।।

ଶୁଣ ଶୁଣ ସାଧୁଜନେ ଶୀତଳା କାହାଣି

।।

ଆତଙ୍କକାଳେ ଏହାକୁ ପଢ଼ନ୍ତି ଯେଉଁ ପ୍ରାଣୀ

।।

ବନ୍ଦିଘରେ ଥିଲେ ତାର ସାଙ୍କୋଳି ଫିଟିବ

।।

ମଙ୍ଗଳା ପ୍ରାସାଦରୁ ସେ କ୍ଳେଶରୁ ତରିଯିବ

।।

ଶଙ୍କଟକାଳରେ ଯେହୁ ତ୍ରିରାତ୍ର ଗାଇବ

।।

ପ୍ରାତଃକାଳେ ତାହାର ଯେ ବନ୍ଧନ ଫିଟିବ

।।

ଧନ ଜନ ସମ୍ପଦ ଯେ ହୋଇବ ପ୍ରାପତ

।।

ବୋଲେ ଦୁଃଖୀ ବୃନ୍ଦାବନ ଉଦ୍ଧର ଜଗନ୍ମାତ

।।

 

ଶ୍ରୀ ଶାରଦା ବନ୍ଦନା

ବନ୍ଦଇ ଯେ ଦେବି ମାଗୋ ସିଦ୍ଧ ଯେ ଶାରଦା

।।

ତୋହ ପଦ୍ମପାଦେ ମାଗୋ ଜଗଜ୍ମନ ପ୍ରଜା

।।

ବନ୍ଦଇ ଶାରଦା ମାଗୋ ଝଙ୍କଡ଼ ପୁରବାସୀ

।।

ବନ୍ଦଇ ଶାରଦା ମାଗୋ କୋଟି ତୋର ଦାସୀ

।।

ବନ୍ଦଇ ଶାରଦା ମାଗୋ ତୋହର ପୟର

।।

ଦର୍ଶନ ମାତ୍ରକେ ମାଗୋ ସର୍ବ ପାପହର

।।

ବନ୍ଦଇ ଶାରଦା ମାଗୋ ଜଗତଠାକୁରାଣୀ

।।

ଜଳ ସ୍ଥଳ ଅନଳେ ମାଗୋ ଦୁଷ୍ଟ ନିବାରିଣୀ

।।

ବନ୍ଦଇ ଶାରଦା ମାଗୋ ଜଗତମାତପୁଣି

।।

ଲକ୍ଷେ ଦେବୀଙ୍କ ଉପରେ ଅଟୁ ତୁ ପାଟରାଣୀ

।।

ବନ୍ଦଇ ଶାରଦା ମାଗୋ ଜଗା ଜଗଜ୍ମନମାତା

।।

ଦୁଖିଜନଙ୍କର ମାଗୋ ତୋହପାଦେ ଚିନ୍ତା

।।

ବନ୍ଦଇ ଶାରଦା ମାଗୋ ଜଗତ ତାରିଣୀ

।।

ତୋତେ ଚିନ୍ତା କରନ୍ତି ଯେ ସବୁ ଜନ ପୁଣି

।।

ବନ୍ଦଇ ଶାରଦା ମାଗୋ ତୋହର ମହିମା

।।

ଅନ୍ତ କରି ନ ପାରନ୍ତି ହରିହରବ୍ରହ୍ମା

।।

ବନ୍ଦଇ ଶାରଦା ମାଗୋ ତୋହରୂପ ଚାହିଁ

।।

ସ୍ୱର୍ଗ ମର୍ତ୍ତ୍ୟପାତାଳରେ କେହି ସମ ନାହିଁ

।।

ବନ୍ଦଇ ଶାରଦା ମାଗୋ ଜଗତଜନନୀ

।।

ଖଡ଼ଗ ଗଦା ମାଗୋ ଶୋହେ ଭୁଜବେନି

।।

ବନ୍ଦଇ ଶାରଦା ମାଗୋ କାଟି ବାହୁ ଦଣ୍ଡ

।।

ସର୍ବଜନମାନେ ମାଗୋ ତୋହପଦେ ରୁଣ୍ଡ

।।

ବନ୍ଦଇ ଶାରଦା ମାଗୋ ନାସା ଯେ ଶ୍ରବଣ

।।

ଦୁରିତ ବିନାଶ ଯାଏ କରନ୍ତେ ଦର୍ଶନ

।।

ବନ୍ଦଇ ଶାରଦା ମାଗୋ କଣ୍ଠ ଯେ ନୟନ

।।

କଟାକ୍ଷ ମାତ୍ରକେ ପାପ ହୋଇବ ଦହନ

।।

ବନ୍ଦଇ ଶାରଦା ମାଗୋ ତୋର ବକ୍ଷଃସ୍ଥଳ

।।

ଦୁଃଖିଜନଙ୍କର ଦୁଃଖ ବିନାଶ ଚଞ୍ଚଳ

।।

ତ୍ରିଭୁବନେ ତୋ ସମାନ କେ ହୋଇବେ କଛ

।।

ତୋହର ମହିମାକୁ କେ ଦେବା ଉପଲକ୍ଷ

।।

ସତ୍ୟ ତ୍ରେତା ଦ୍ୱାପର ଯେ ପୁଣି କଳିଯୁଗେ

।।

ଝଙ୍କଡ଼ଗ୍ରାମରେ ମାଗୋ ରହିଲୁ ପୂର୍ବଭାଗେ

।।

ଜଗତଜନରେ ମାଗୋ ନାମ ତୋ ଶାରଦା

।।

ମାଡ଼ି ବସିଅଛୁ ମାଗୋ ତିନ୍ତୁଳିର ପଦା

।।

ନାନା ଯାତ୍ରା ତୀର୍ଥମାନ ଭିଆଇଅଛ ବସି

।।

ଜନ ମାନେ ସଦା ତୋର ଦରଶନେ ଆସି

।।

ତୋର ପାଦପଦ୍ମେ ମାଗୋ କରନ୍ତି ଗୁହାରି

।।

ସମସ୍ତ ଶୁଣୁଛୁ ମାଗୋ ହୃଦୟ ସ୍ଥିର କରି

।।

ଅପରାଧି ଜନଙ୍କୁ କରୁ ତୁ ପରିତ୍ରାଣ

।।

ଅପୁତ୍ରିକ ଜନକୁ ମାଗୋ ଦେଉ ପୁତ୍ର ଦାନ

।।

ନିଧନେ ଯେ ଦେଇ ଧନ ଦୁରିତ ବିନାଶୁ

।।

ମହିଷାସୁର ମର୍ଦ୍ଦିନି ଗୋ ତ୍ରିଭୁବନ ରଖୁ

।।

ଅବିଶ୍ୱାସୀ ଜନକୁ ମାଗୋ କରୁ ବିନାଶନ

।।

ଦଣ୍ଡ ଦେଇ ପୁଣି ତୁ ଯେ କରୁ ପରିତ୍ରାଣ

।।

ଯେ ଯେମନ୍ତ ଭାବେ ମାଗୋ ତେମନ୍ତ ତୁ ଦେଇ

।।

ଦୋଷୀଜନେ ଦଣ୍ଡ ପୁଣି ଦିଅ ମହାମାଇ

।।

ଶୁଣ ଆଦିମାତ ମାଗୋ ମୋହର ବଚନ

।।

ମୁଁ ତୋତେ ବନ୍ଦନା ମାଗୋ କରେ ମୂର୍ତ୍ତିମାନ

।।

ମନସ୍ଥିର କରି ମାଗୋ କହୁଅଛି ମୁହିଁ

।।

ଶରଧା ଚିତ୍ତରେ ମାଗୋ ଯେ ତୋତେ ଭାବଇ

।।

ଯେଉଁ ଜନମାନେ ମାଗୋ ନ କରନ୍ତି ମାୟା

।।

ତାଙ୍କ ଠାରେ ତୋର ମାଗୋ ବହୁତ ସେନେହା

।।

ତୋହ ପାଦପଦ୍ମ ମାଗୋ ଯେ କରେ ଭକତି

।।

ଧନ ପୁତ୍ର ଦେଉ ମାଗୋ ସେ ସୁଖ ସମ୍ପତ୍ତି

।।

ଶରଦାଙ୍କ ସ୍ତୁତି ଯେଉଁମାନେ ପଢ଼ିଛନ୍ତି

।।

ଲକ୍ଷେ ପ୍ରତିମା ଦାନର ଫଳ ସେହୁ ପାନ୍ତି

।।

ଏ ସ୍ତୁତିକି ଯେଉଁମାନେ ପଢ଼ନ୍ତି ଶୁଣନ୍ତି

।।

ଷଡ଼ମାସେ ଧନ ଜନ ହୁଅଇ ସମ୍ପତ୍ତି

।।

ତ୍ରିସନ୍ଧ୍ୟାରେ ପ୍ରାତଃକାଳେ ପଢ଼େ ଯେଉଁ ପ୍ରାଣୀ

।।

ସମ୍ଵତ୍ସରେ ବିଦ୍ୟା ଧନ ଲଭେ ସେହୁ ପୁଣି

।।

ଧନ ଜନ ପୁତ୍ର ଆଦି ତାହାଙ୍କୁ ମିଳଇ

।।

ଶାରଦା ପ୍ରସାଦେ ତାଙ୍କୁ କିଛି ଭୟ ନାହିଁ

।।

ମୋହ ନାମ ଗୋଟି ଯେ ସ୍ମରଣ କରୁଅଛି

।।

ବାଟରେ ଘାଟରେ ତାକୁ ଭୟ ନାହିଁ କିଛି

।।

କାଳବିକାଳକୁ ଯେହୁ ଦିଅଇ ଘଉଡ଼ି

।।

ଆଗେ ମୋ ଭକତ ପଛେ ଥାଇ ତାକୁ ବେଢ଼ି

।।

ମୋହର ଭକ୍ତକୁ ପୁଣି ଚିନ୍ତଇ ଯେ ମନ୍ଦ

।।

ଖଡ଼ଗ ବୁଲାଇ ଯେ ଛେଦଇ ତାର କନ୍ଧ

।।

ଏ ସ୍ତୁତି ପଢ଼ିଣ ମୋତେ କରି ନମସ୍କାର

।।

ମହାଗୋଳ ସଂଗ୍ରାମକୁ ହୁଏ ଯେ ବାହାର

।।

ମୋହର ପ୍ରସାଦେ ତାର ତିନି ପୁର ଜୟ

।।

ଚିତ୍ତରେ ନ ଥାଏ ଚିନ୍ତା ନ ଉପୁଜେ ଭୟ

।।

ଏ ସ୍ତୁତି ପଢ଼ିଣ ସୁମରଇ ଯେଉଁ ନର

।।

ରାଜଦଣ୍ଡ ବନ୍ଧନରୁ କରଇ ଉଦ୍ଧାର

।।

ଏ ସ୍ତୁତି ଶୁଣିଣ ଯେ କରେ ଉପହାସ

।।

ବଂଶ ନାଶ ଯାଇ ତାର ନ ରହଇ ଅଂଶ

।।

ଶରଦାଙ୍କ ସ୍ତୁତିର ଯେ ଏମନ୍ତ ମହିମା

।।

ଜଗତରେ ନାହିଁ କିଛି ଦେବାକୁ ଉପମା

।।

ସାତଦିନ ସାତରାତି ପଢ଼ନ୍ତି ଯେଉଁମାନେ

।।

ଲଭନ୍ତି ସର୍ବଦା ଫଳ ବାଞ୍ଛନ୍ତି ଯା ମନେ

।।

ପ୍ରପାତ କରାଇ ମୁହିଁ ତାଙ୍କୁ ବହୁଫଳ

।।

ଦୁରିତମାନଙ୍କୁ ସବୁ ହରେ ତତକାଳ

।।

ଶୁଣ ଗୋ ଅଭୟ ବରରାତ୍ରି ଶାରଦାଇ

।।

ଅପରାଧୀ ଭୃତ୍ୟକୁ ଗୋ କେ ରଖନ୍ତା ନାହିଁ

।।

ମୁଁ ଛାର ମାନବ ମାଗୋ କିଛି ନ ଜାଣଇ

।।

ଆଜ୍ଞା ଦିଅ ମାଗୋ ତୋ ଚରଣେ ରହିଥାଇ

।।

ମୁହିଁ ମୁର୍ଖଜନ ମାଗୋ ମାଗୁଛି କାରଣ

।।

ଯମର ଦଣ୍ଡରେ ମୁଁ ଯେ ନୋହିବି କଷଣ

।।

ତୋହର ଆଜ୍ଞାରେ ମାଗୋ ତୋର ପଦା ବନ୍ଦି

।।

ପାଇବି ଅଶେଷ ସୁଖ ହୋଇବି ଆନନ୍ଦି

।।

ଦୟା କର ଆଦିମାତା ସିଦ୍ଧ ଠାକୁରାଣୀ

।।

ନମଇଁ ଶାରଦା ମାଗୋ ଅପରାଧଭଞ୍ଜନି

।।

ନମଇଁ ଶାରଦା ମାଗୋ ତୋର ପାଦ ଦୁଇ

।।

ତୋର ପାଦପଦ୍ମେ ମାଗୋ ଶରଣ ପଶଇ

।।

ବନ୍ଦଇ ଶାରଦା ମାଗୋ ତୋର ଅଳଂକାର

।।

ଶରଣ ସମ୍ଭାଳି ତୋ ଚରଣେ ଦାସ କର

।।

ବନ୍ଦଇ ଶାରଦା ମାଗୋ ପତନୀର ବେଶ

।।

ସିନ୍ଦୁର ଚିତାରେ ମୋର ରହିଅଛି ଆଶ

।।

ବନ୍ଦଇଁ ଶାରଦା ମାଗୋ ଜଗତପାଳଣି

।।

ବନ୍ଦଇଁ ଶାରଦା ମାଗୋ ଶିରେ ଶୋହେ ବେଣୀ

।।

ତ୍ରାହି କର ମତେ ମାଗୋ ଶଙ୍କଟତାରିଣି

।।

ଦାସ ପଦେ ରଖ ମା ଶାରଦା ଠାକୁରାଣୀ

।।

ନମଇଁ ଶାରଦା ମାଗୋ କୋଟି ଦେବଗଣ

।।

ରାମଦାସ ଶ୍ରୀପୟରେ ପଶିଲା ଶରଣ

।।

 

ଦୀନବନ୍ଧୁ ଜଣାଣ

ଦୀନବନ୍ଧୁ କୃପାସିନ୍ଧୁ

 

ତୁମ୍ଭେ ସର୍ବ ଜୀବ ଜନ୍ତୁଙ୍କ ବନ୍ଧୁ ହେ ଘୋଷା

 

ବାରେ ମୁଁ ତୁମ୍ଭ ଶ୍ରୀଛାମୁରେ

 

ଜଣାଉଛି ଶୁଣ କର୍ଣ୍ଣରେ ମୁଜନ୍ମ ଲଭି ଏ ସଂସାରେ

 

ଭାସି ଗଲି ଏ ଦୁଃଖ ସାଗରେ ହେ

 

 

ମୋଠାରେ ଦୋଷକୁ ନ ଘେନ

 

ସୁଦୟା କରିବା ବହନ

 

ତୁମ୍ଭର ବ୍ୟକ୍ରକେ ମୋ ମନ

 

ଅନ୍ୟଦେବତାରେ ନାହିଁ ଧ୍ୟାନ ହେ

 

 

ତୁମ୍ଭେତ ଦୟାଳୁ ପୁରୁଷ

 

ତୁମ୍ଭଠାରେତ ନାହିଁ ତ୍ରାସ

 

ଦୁଃଖିଜନଙ୍କୁ ଯେ ନିରାଶ

 

ଆଶା ଦେଇ ରଖ ତୁମ୍ଭେ ପାଶ ହେ

 

 

 

 

 

 

ତୁମ୍ଭ ପଦ୍ମପାଦେ ଯା ଭାବ

 

ଏ ଭବସଂସାରେ କି ଲାଭ

 

ତୁମ୍ଭର ନାମକୁ ଯେ ନାବ

 

କରି ତରିଗଲେ ପରା ଧ୍ରୁବ ହେ

 

 

ଗ୍ରାହା ନିବାରଣ ମୁରାରି

 

ଗଜକୁ ଉଦ୍ଧାରଣ କରି

 

ଆତଙ୍ଗେ ଡାକିଲା ଯେ ହରି

 

ତାକୁ ରଖିଲ ଯେ କେଉଁ ପରି ହେ

 

 

ମୄଗିଣୀର ବିପତ୍ତି ଦେଖି

 

ଚକ୍ର ପେଶିଲେ ପଦ୍ମଆଖି

 

ସ୍ଵର୍ଗରେ ଦେବତା ଦେଖି

 

ମନ ଆନନ୍ଦରେ ହେଲେ ସୁଖୀ ହେ

 

 

ଦୁର୍ଯ୍ୟୋଧନର ସଭାତଳେ

 

ଦ୍ରୌପଦୀ ଡାକିଲା ବିକଳେ

 

ତାହାର ସେ ଆତଙ୍କ କାଳେ

 

ବସ୍ତ୍ର ଦେଲେ ତାଙ୍କୁ ସୁଖ ଭୋଳେ ହେ

 

 

 

 

ବସୁଦେବଘରେ ଜନମ

 

ନନ୍ଦପୁରେ ଯେ ନେଲ ଦିନ

 

ତହିଁ ଯେତକ କର୍ମମାନ

 

ମୁଁହିଁ କହିବାକୁ ଭାରଜନ ହେ

 

 

ଅଧମପତିତ ପାମର

 

ସାଧୁ ସଙ୍ଗ ଯେ ନାହିଁ ମୋର

 

ତୁମ୍ଭେ ବାରେ ଦୟା କର

 

ଭବଦୁଃଖ ଯାଉ ମୋର ପାର ହେ

 

 

ଗରୁଡ ପଛରେ ରହି

 

ଜଣାଉଛି ଆହେ ଭାବଗ୍ରାହୀ

 

ଏଥୁଁ କର ମୋତେ ତ୍ରାହି

 

ପ୍ରଭୁ ଅନ୍ତର୍ଗତେ ଦୟା ବହି ହେ

୧୦

 

 

ଅନ୍ତର ବେଦନାକୁ ଜାଣ

 

ଶରଣ ମୁଁ ତୁମ୍ଭ ଶ୍ରୀଚରଣ

 

ଦୟା କର ତତକ୍ଷଣ ମୁ ଯେ

 

ହୋଇଯାଏ ଉଦ୍ଧାରଣ ହେ

୧୧

 

 

 

 

ଅଚ୍ୟୁତ ଅନନ୍ତ ମୁରାରି

 

ଶ୍ୟାମସୁନ୍ଦର ଦଇତାରି

 

ଗୋବର୍ଦ୍ଧନ ହେ ଗିରିଧାରି

 

ପ୍ରଭୁ ବୃନ୍ଦାବନ କୁଞ୍ଜବିହାରୀ ହେ

୧୨

 

 

ଗୋବିନ୍ଦ ଗୋପାଳ ତୋ ନାମ

 

ରାମକୃଷ୍ଣ ଯେ ଭଗବାନ

 

ଜୟ ଶିରୀ ମଧୁସୂଦନ

 

ମୋତେ ରକ୍ଷାକର ନନ୍ଦନନ୍ଦନ ହେ

୧୩

 

 

ଜୟ ଶ୍ରୀମଦନ ମୋହନ

 

ଫେଡ ଯେ ମୋର ଅଭିମାନ

 

ଦୟା କର ଜଗନ୍ମୋହନ

 

ଢଳି ନ ଯାଉ ଏ ମୋର ଜୀବନ ହେ

୧୪

 

 

ତୁମ୍ଭେ ପରା ନନ୍ଦନନ୍ଦନ

 

ବୋଲାଅ ରଙ୍କ ଲୋକଙ୍କ ଧନ

 

ଗୋପୀ ଜନଙ୍କର ଜୀବନ

 

ରାଧା ହୃଦପଦ୍ମ ଶ୍ରୀଚନ୍ଦନ ହେ

୧୫

 

 

 

 

ଏବେ ମୁଁ ଜଣାଉଛି ଯେତେ

 

ଶୁଣନା କିପାଁ କଦା ଚିତ୍ତେ

 

ସୁଦୟା ନୋହିଲେ ମୋତେ

 

ନିନ୍ଦା ହୋଇବଟି ପ୍ରଭୁ ଏଜଗତେ ହେ

୧୬

 

 

ମୁ ତୁମ୍ଭର ଦାସର ଦାସ

 

ମୋଠାରେ ନ କର ନିରାସ

 

ଆହେ ପ୍ରଭୁ ପୀତବାସ

 

ନିଶ୍ଚେ ପତିତ ଗଲାଟି ନାଶ ହେ

୧୭

 

 

ମୁଁ ବଡ଼ ଅଧମଜୀବ

 

ମୋଠାରେ ସୁଦୟା ହୋଇବ

 

ଅନ୍ତର୍ଗତେ ଜାଣ ସର୍ବ

 

ବାରେ କରୁଣା ଯେବେ ନୋହିବ ଯେ

୧୮

 

 

ଏ ଜଗତେ ଚାପଖ୍ୟାତି

 

ହେବ ଆହେ ଶିରୀପତି

 

ମୁଁ ତୁମ୍ଭ ଚରଣେ ଭକତି

 

କରି ଭାବୁଅଛି ନିତିନିତି ହେ

୧୯

 

 

 

 

ସୁଦୟା ଯେବେ ନୋହିବ

 

ଅପଯଶ ଖ୍ୟାତି ହୋଇବ

 

ମୋହର କ୍ରମେ ଦଇବ

 

ଯାହା ଲେଖିଥିବ ତାହା ହୋଇବ ହେ

୨୦

 

 

କର୍ମର କରତା ଆପଣ

 

ଅକର୍ମ ଜନକୁ ଉଦ୍ଧାରିଣ

 

ଏପରି ସଂସାରେ ଭିଆଣ

 

ଥିଲା ଜଣାଗଲା ମୋଠାରେ ପୁଣ ହେ

୨୧

 

 

ଆଉ ମୁଁ ଜଣାଇବି କେତେ

 

ଦୟା ନୋହିଲା ଅନ୍ତର୍ଗତେ

 

ଭାସି ଗଲି ମୁ ଜଗତେ

 

ନିନ୍ଦା ହୋଇବ ଯେ ପ୍ରଭୁ ତୋତେ ହେ

୨୨

 

 

ଭକ୍ତ ମୁଖୁଁ ଏମନ୍ତ ଶୁଣି

 

ଦୟାସାଗର ଦୀନମଣୀ

 

ବୋଇଲେ ଶୁଣ ମୋ ବାଣୀ

 

ଅନ୍ତେ ପାଇବୁ ତୁ ମୋତେ ପୁଣି ହେ

୨୩

 

 

 

 

ଶ୍ରୀଚରଣେ ଚିତ୍ତ ଯେ ରହୁ

 

ଏହି ଭାବେ ତୋ ଦିନ ଯାଉ

 

ବିଷୟାର ବିଷରେ ଆଉ

 

ଚିତ୍ତ ତୋହର କେଭେ ନ ଥାଉ ହେ

୨୪

 

 

ଏମନ୍ତ ତାଙ୍କ ଆଜ୍ଞା ଶୁଣି

 

ଉତ୍ସବ ମନ ଆନନ୍ଦେ ଭଣି

 

ଦିନବନ୍ଧୁ ଯେ ସେ କୃପାସିନ୍ଧୁ

 

ତୁମ୍ଭେ ସର୍ବ ଜୀବ ଜନ୍ତୁଙ୍କ ବନ୍ଧୁ ହେ

୨୫

 

ଭଜନ

ଅକୀର୍ତ୍ତିଜନରେ ହେ

 

ଯେଡ଼େ ବେଗେ ଦୟା ବହ

 

ନିଜ ମାତା ପିତା କାନ୍ତା ସୂତଠାରେ ନୁହଁ ତେଡେ ଅନୁଗ୍ରହ ଘୋଷା

 

କଂସ କାରାଗୃହେ ମାତା ବନ୍ଧାଥିଲେ ପ୍ରିୟେ କେଳି କଲ ଯାଇ

 

କଚିକି ବିପତ୍ତି ପଡ଼ନ୍ତେ ତକ୍ଷଣେ ଅରି ଧରି ଗଲ ଧାଇଁ

କଳତ୍ର ବିଶାକ୍ଷପୁରେ ବନ୍ଦିଥିଲେ କାଳକେ ତାରିଲ ତାଙ୍କୁ

 

ଦଣ୍ଡକ ଭିତରେ କୋଟିବସ୍ତ୍ର ଦେଲ ପାଣ୍ଡବ ଗୃହୀଣୀଟାକୁ

ସୂତକୁ ଶମ୍ବରା ସୁର ହରି ନେଲା ତହିଁ ନ ବହିଲ କକ୍ଷା

 

ଉତ୍ତରା କୁମରେ ବିପତ୍ତି ପଡ଼ନ୍ତେ ଗର୍ଭେ ପଶି କଲ ରକ୍ଷା

ଶାସ୍ତ୍ର ପୁରାଣରେ ଲେଖା ହୋଇଅଛି କେ କରିବ ଅପ୍ରମାଣ

 

ଅଧମ ଚନ୍ଦ୍ରଶେଖର କହେ ପ୍ରଭୁ ଗୁହାରୀ କିପାଁ ନ ଶୁଣ

 

ସମ୍ପୂର୍ଣ୍ଣ